1ST SOA FLOWER FESTIVAL INAUGURATED AT SOA
1ST SOA FLOWER FESTIVAL INAUGURATED AT SOA
ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦ୍ଘାଟିତ
ଭୁବନେଶ୍ୱର, ଜାନୁଆରୀ ୧୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ସୋମବାର ଦୁଇ ଦିନିଆ ‘ପ୍ରଥମ ସୋଆ ପୁଷ୍ପ ଉତ୍ସବ’ ଉଦ୍ଘାଟିତ ହୋଇଯାଇଛି ।
ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ ଓ ୨୦ ତାରିଖରେ ଦୁଇ ଦିନ ଧରି ସୋଆ କ୍ୟାମ୍ପସ -୪ କୃଷି ମହାବିଦ୍ୟାଳୟ ପରିସରରେ ଏହି ପୁଷ୍ପ ଉତ୍ସବର ଆୟୋଜନ କରାଯାଇଛି ।
ଏହି ଅବସରରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଷ୍ପ ଉତ୍ସବକୁ ଉଦ୍ଘାଟନ କରିବା ସହ ପ୍ରଥମ ଥର ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଥିବା ନେଇ ଖୁସି ବ୍ୟକ୍ତ କରିଥିଲେ । ଚାଷୀ, ଛାତ୍ରଛାତ୍ରୀ, ଫୁଲ ବ୍ୟବସାୟୀ ଏବଂ ଗୃହିଣୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନେ ପୁଷ୍ପ ଚାଷ ଦ୍ୱାରା କିପରି ସ୍ୱାବଲମ୍ବୀ ହୋଇପାରିବେ ତାହା ହିଁ ଏହି ଉତ୍ସବର ମୂଳ ଲକ୍ଷ୍ୟ ବୋଲି ଶ୍ରୀମତି ଦାସ କହିଥିଲେ । ଏହି ଉତ୍ସବରେ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ପ୍ରକାରର ଫୁଲ ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ ଶ୍ରୀମତି ଦାସ । ଆଗାମୀ ଦିନରେ ଏହି ଉତ୍ସବ ଆହୁରି ବଡ଼ ଭାବରେ କରାଯିବ ବୋଲି ସେ କହିଥିଲେ ।
ଏହି ଉଦ୍ଘାଟନୀ ଉତ୍ସବରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏଭଳି ଉତ୍ସବ ଦ୍ୱାରା ଛାତ୍ରଛାତ୍ରୀଙ୍କ ବ୍ୟତୀତ ଗୃହିଣୀ, ଚାଷୀ ଓ ବ୍ୟବସାୟୀମାନେ ଲାଭବାନ ହେବା ସହିତ ଆଧୁନିକ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଏହାକୁ ବିକଶିତ କରିପାରିବେ । ସୋଆର ଏହି ଭଳି ପ୍ରୟାସ ଦ୍ୱାରା ଲୋକମାନଙ୍କ ମଧ୍ୟରେ ପୁଷ୍ପକୁ ନେଇ ଉତ୍ସାହ ବୃଦ୍ଧି କରିବା ଏବଂ ଆଗ୍ରହ ସୃଷ୍ଟି କରିବା ଏକ ମହତ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।
ଏହି ଉତ୍ସବରେ ପୁଷ୍ପ ପ୍ରଦର୍ଶନୀ ନିମନ୍ତେ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଯୋଗଦାନ ପାଇଁ ଏବଂ ପୁଷ୍ପ ସମ୍ବନ୍ଧିତ ଆଲୋଚନାରେ ଭାଗ ନେବା ପାଇଁ ଫୁଲ ଚାଷୀ, ଫୁଲ ଉଦ୍ୟୋଗୀ, ବିଭିନ୍ନ ନର୍ସରୀ, ଅନୁଷ୍ଠାନ ଓ ଫୁଲ ପ୍ରେମୀମାନଙ୍କୁ ଆହ୍ୱାନ କରାଯାଇଛି । ଏହି ପୁଷ୍ପ ଉତ୍ସବ ଫୁଲ ପ୍ରେମୀମାନଙ୍କ ଭିତରେ ଏକ ନିଆରା ଉତ୍ସାହ ଭରିଦେବା ସହ ଚାଷୀମାନଙ୍କ ଆତ୍ମ ବିଶ୍ୱାସକୁ ସୁଦୃଢ଼ କରିବ ବୋଲି କୁଳପତି କହିଥିଲେ ।
ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପୁଷ୍ପ ଉତ୍ସବରେ ୧୮ଟି ଷ୍ଟଲ ଏବଂ ୯୦ଟି ବର୍ଗର ଫୁଲକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିବା ବେଳେ ଏହାକୁ ସାଧାରଣ ଲୋକଙ୍କ ପ୍ରଦର୍ଶନ ନିମନ୍ତେ ଦିନ ୧୧ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରଖାଯାଇଛି । ପ୍ରତିଯୋଗିତାରେ ଫ୍ଲୋରାଲ ରଙ୍ଗୋଲୀ, ଲୁଜ ଫ୍ଲାୱାର ସେକ୍ସନ୍, ଫ୍ଲାୱାର ଆରେଞ୍ଜମେଂଟ, ଫୁଲତୋଡା ଇତ୍ୟାଦି ଅନ୍ତର୍ଭୁକ୍ତ ଅଛି ।
ପ୍ରଥମ ଦିବସରେ ଭିନ୍ନ ଭିନ୍ନ ଫୁଲର ପ୍ରଦର୍ଶନୀ ସହ ଫୁଲକୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଦ୍ୱିତୀୟ ଦିବସରେ ଫୁଲ ଚାଷର ବୈଜ୍ଞାନିକ ପ୍ରଣାଳୀ, ଫୁଲ ଚାଷ ନିମନ୍ତେ ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରୋତ୍ସାହନ, ବ୍ୟାଙ୍କରୁ ମିଳୁଥିବା କୃଷି ଋଣ ତଥା ପୁଷ୍ପ ଉଦ୍ୟୋଗୀକରଣ ସମ୍ପର୍କିତ ଆଲୋଚନାଚକ୍ରରେ ବିଶିଷ୍ଟ ପୁଷ୍ପ ବିଜ୍ଞାନୀ, ବ୍ୟାଙ୍କ ଅଫିସର, ଉଦ୍ୟାନ ନିର୍ଦ୍ଦେଶାଳୟ ଏବଂ ସଫଳ ପୁଷ୍ପ ଉଦ୍ୟୋଗୀ ଯୋଗ ଦେଇ ଆଗାମୀ ୫ ବର୍ଷ ମଧ୍ୟରେ ଫୁଲ ଚାଷୀ ସୃଷ୍ଟି କରିବା ସହିତ ସେମାନେ କିପରି ସ୍ୱାବଲମ୍ବୀ ହେବେ ଓ ଫୁଲ ଚାଷୀମାନଙ୍କୁ କୃଷି କ୍ଷେତ୍ରରେ କିପରି ଉତ୍ସାହିତ କରାଯାଇପାରିବ ତାହା ହିଁ ଉଦ୍ଦେଶ୍ୟ ବୋଲି ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ କହିଛନ୍ତି ।
ଏହି ଉଦ୍ଘାଟନୀ ଉତ୍ସବରେ କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍)ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ ହଜ୍ବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍)ର ଡିନ୍ ପ୍ରଫେସର ସୁଶାନ୍ତ ଦାସ, ପୁଷ୍ପ ମହୋତ୍ସବର ପରିଚାଳିକା ତଥା ପୁଷ୍ପ ଓ ଉଦ୍ୟାନ ବିଭାଗର ମୁଖ୍ୟ ପ୍ରଫେସର ଶଶୀକଳା ବେଉରା, କୃଷି ମହାବିଦ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟ, ପ୍ରଫେସର, ଛାତ୍ରଛାତ୍ରୀ ଓ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶାରେ କୃଷକମାନେ ଜର୍ବେରା, ଗୋଲାପ ଓ ଅର୍କିଡ ଆଦି ଚାଷ କରି ବାହାରକୁ ରପ୍ତାନୀ କରି ଲକ୍ଷ ଲକ୍ଷ ଟଙ୍କା ଲାଭ କରିପାରୁଛନ୍ତି । ସେହିପରି ବିଭିନ୍ନ ପ୍ରକାରର ଋତୁଜିବୀ ପୁଷ୍ପ ପାଇଁ ବ୍ୟବହୃତ ଗଛର ମଞ୍ଜି ଉତ୍ପାଦନ ମଧ୍ୟ ଏକ ଲାଭବାନ ବ୍ୟବସାୟରେ ପରିଣତ ହୋଇପାରିବ ।
ଓଡ଼ିଶାରେ ବର୍ତମାନ ପ୍ରାୟ ୧୦,୦୦୦ ହେକ୍ଟର ଜମିରେ ଫୁଲ ଚାଷ କରାଯାଉଛି ଏବଂ ରାଜ୍ୟର ଭୌଗୋଳିକ ଅବସ୍ଥିତି, ଜଳବାୟୁ ଓ ମୃତିକା ଫୁଲ ଚାଷ ନିମନ୍ତେ ଖୁବ୍ ଉପଯୋଗୀ ହୋଇଥିବାରୁ ଓଡ଼ିଶାର କୃଷକମାନେ ଚିରାଚରିତ କୃଷି ସହିତ ଗୋଲାପ, ରଜନୀଗନ୍ଧା, ଗେଣ୍ଡୁ, ଗ୍ଲାଡିଓଲସ୍, ମଲ୍ଲୀ, ସେବତୀ, ଇଟିମାଳା ଆଦି ଫୁଲ ଚାଷ ଦିଗରେ ମନ ଦେଉଛନ୍ତି ।
ITER RANKED THIRD IN INDIA AMONG TOP ENGINEERING INSTITUTES BY TIMES SURVEY
ITER RANKED THIRD IN INDIA AMONG TOP ENGINEERING INSTITUTES BY
SOA HOSTS ONE-DAY THE ODISHA REGIONAL CONCLAVE
SOA HOSTS ONE-DAY THE ODISHA REGIONAL CONCLAVE


