AKHAYA TRITIYA' OBSERVED AT IAS
AKHAYA TRITIYA' OBSERVED AT IAS
ସୋଆ କୃଷି ମହାବିଦ୍ୟାଳୟରେ ଅଖିମୁଠି ଅନୁକୂଳ
ଭୁବନେଶ୍ୱର, ମଇ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୃଷକମାନେ କୃଷି କାର୍ଯ୍ୟର ଶୁଭାରମ୍ଭ ନିମନ୍ତେ ଅକ୍ଷୟ ତୃତୀୟାକୁ ଶୁଭମୁହୂର୍ତ ଭାବେ ବିବେଚନା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ସୋଆ କୃଷି ମହାବିଦ୍ୟାଳୟରେ ଅଧ୍ୟୟନରତ ଓ ଗବେଷଣାରତ ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନ ନିମନ୍ତେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଭୁବନେଶ୍ୱର ଉପକଣ୍ଠ ବିଂଝଗିରି ଅଂଚଳରେ ଥିବା ସୋଆ କୃଷି ଗବେଷଣା କେନ୍ଦ୍ର (ଏ.ଆର.ଏସ୍)ରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଖି ମୁଠି ଅନୁକୂଳ କରିଥିଲେ । ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଉପଯୋଗୀ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ସୋଆର କୃଷି ବିଭାଗ ଛାତ୍ରଛାତ୍ରୀ ଓ ଚାଷୀଙ୍କ ଶିକ୍ଷା ତଥା ଗବେଷଣା ପାଇଁ ଏହି ଫାର୍ମ ରହିଛି । ଏହି ଫାର୍ମରେ ଧାନ ଚାଷ , ଡାଲି ଜାତୀୟ ଉତ୍ପାଦ, ପନିପରିବା, ଫୁଲ, ଫଳ ଇତ୍ୟାଦି ଚାଷ କରାଯାଉଛି । ଛାତ୍ରଛାତ୍ରୀମାନେ ନିଜେ ଚାଷ କରିବା ସହ ଏଠାରେ ଗବେଷଣା କରୁଛନ୍ତି । ଏହି ଗବେଷଣା ଚାଷୀଙ୍କ ପାଇଁ ଲାଭ ଦାୟକ ହେଉଥିବା ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସୂଚନା ଦେଇିଥିଲେ ।
ଅନୁକୂଳ ହେବା ପରେ ଧାନ ଚାଷ କରାଯିବା ସହ କିଛି ଡାଲି ଜାତୀୟ ଶସ୍ୟ ମଧ୍ୟ ଆରମ୍ଭ ହୋଇଛି । କେବଳ ଏକ ପ୍ରକାର ଚାଷ ନୁହେଁ ବହୁମୁଖି ଚାଷ ଉପରେ ଏଠାରେ ଗବେଷଣା କରାଯାଉଛି । ଏଠାରେ ଏକ ଆମ୍ବ ତୋଟା ରହିଥିବା ବେଳେ ବିଭିନ୍ନ ପ୍ରକାରର ପନିପରିବା ସହ ଫଳ ଓ ଫୁଲ ଗଛ ଲଗାଯାଇଛି । ଏହି ଫାର୍ମରେ ମକା, ମାଣ୍ଡିଆ, ଓଟ୍ସ ଓ ସପୁରି ଆଦି ଚାଷ କରାଯିବ ବୋଲି ଡିନ୍ ପ୍ରଫେସର ରାଉତ କହିଛନ୍ତି ।
ଏହି ପବିତ୍ର ଉତ୍ସବରେ ପଶୁ ପ୍ରାଣୀ ବିଜ୍ଞାନ ଚିକିତ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର (ଡ.) ସୁଶାନ୍ତ କୁମାର ଦାସ, କୃଷି ମହାବିଦ୍ୟାଳୟର ଉପଦେଷ୍ଟା ଡ. ବିଜୟ କୁମାର ସାହୁ, ଏଗ୍ରିକଲ୍ଚର ରିସର୍ଚ୍ଚ କୋର୍ଡିନେଟର ଡ. ଜେ. ଏମ.୍ ଏଲ୍. ଗୁଲାଟି, ସୋଆ ନିର୍ମାଣ ବିଭାଗର ଇଂ ଦୁର୍ଗାପ୍ରସାଦ ମିଶ୍ରଙ୍କ ସମେତ କୃଷି ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟ, ରିସର୍ଚ୍ଚ ସ୍କଲାର ଓ ସ୍ଥାନୀୟ କୃଷକମାନଙ୍କ ଉପସ୍ଥିତିରେ ପାରମ୍ପରିକ ନୀତି ଅନୁଯାୟୀ ଅଖି ମୁଠି ଅନୁକୂଳ କରାଯାଇଥିଲା । ଏହି ଉତ୍ସବକୁ ଡକ୍ଟର ସରୋଜ କୁମାର ମହାନ୍ତି ପରିଚାଳନା କରିଥିଲେ ।
95 TEAMS PARTICIPATE IN HACKERWAR 5.0 AT ITER
95 TEAMS PARTICIPATE IN HACKERWAR 5.0 AT ITER
SOA ORGANISES 3 RD INTERNATIONAL CONFERENCE ON POWER,
SOA ORGANISES 3 RD INTERNATIONAL CONFERENCE ON POWER,
SURYASNATA TRIPATHY TO RECEIVE SOA YUVA SAHITYA PURASKAR
SURYASNATA TRIPATHY TO RECEIVE SOA YUVA SAHITYA PURASKAR



