FREE BONE, JOINT AND SPINE CAMP
FREE BONE, JOINT AND SPINE CAMP
ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଶିବିର ଆୟୋଜିତ
ବ୍ରହ୍ମପୁର, ୧୫/୦୭: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସରେ ରବିବାର ଏକ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି ।
ଅସ୍ଥିଶଲ୍ୟ ଓ ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ପରୀକ୍ଷା କରିବା ସହ ଚିକିତ୍ସା ସମ୍ପର୍କିତ ପରାମର୍ଶ ଦେଇଥିଲେ । ଏକ୍ସରେ, ସିଟି ସ୍କାନ୍ ଏବଂ ଏମ୍ଆରଆଇ ଭଳି ସ୍ୱାସ୍ଥ୍ୟ ପରୀକ୍ଷା ଗୁଡ଼ିକରେ ରୋଗୀମାନଙ୍କୁ ମଧ୍ୟ ରିହାତି ଦିଆଯାଇଥିଲା ।
ହାଡ଼ ଏବଂ ଗଣ୍ଠି ଜନିତ ଚିକିତ୍ସା ଓ ପରୀକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଏହି ମାଗଣା ଶିବିରର ଉଦ୍ଦେଶ୍ୟ ବୋଲି ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଆର୍.ସି. ଦେଓ ସୂଚନା ଦେଇଛନ୍ତି ।
ଯେଉଁ ରୋଗୀମାନେ ଏହି ସମସ୍ୟା ସମ୍ପର୍କରେ ଅବଗତ ନୁହଁନ୍ତି ଏବଂ ଉତମ ସ୍ୱାସ୍ଥ୍ୟସେବା ଆବଶ୍ୟକ କରନ୍ତି ସେମାନଙ୍କୁ ଚିକିତ୍ସା ଯୋଗାଇଦେବା ଏହି ଶିବିରର ମୂଳ ଲକ୍ଷ୍ୟ ବୋଲି ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ ପାତ୍ର ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ଶିବିରକୁ ଆସିଥିବା ରୋଗୀମାନେ ଖୁସିବ୍ୟକ୍ତ କରିବା ସହ ହସ୍ପିଟାଲ କର୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । କେବଳ ପରୀକ୍ଷା ନୁହେଁ ଚିକିତ୍ସା ମଧ୍ୟ ପାଇପାରିଲୁ ତେଣୁ ଆମେ ହସ୍ପିଟାଲ୍ ଓ ଡାକ୍ତରୀ ଟିମ୍କୁ କୃତଜ୍ଞତା ଜଣାଉଛୁ ବୋଲି ଜଣେ ବୟସ୍କ ରୋଗୀ କହିଛନ୍ତି ।
ହସ୍ପିଟାଲ୍ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ କହିଛନ୍ତି ଯେ ଏଭଳି ସ୍ୱାସ୍ଥ୍ୟସେବାର ଆବଶ୍ୟକତା ଥିବା ଦୃଷ୍ଟିରୁ ପ୍ରତ୍ୟେକ ରବିବାର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ ।
ଫିଜିଓଥେରାପି ବିଭାଗର ଡାକ୍ତର ସୁବାଶିଷ ପଟ୍ଟନାୟକ ଓ ଡାକ୍ତର ସରିତା ପଣ୍ଡା ରୋଗୀମାନଙ୍କୁ ଏହି ଶିବିରରେ ସାହାଯ୍ୟ ଓ ସହଯୋଗ କରିଥିଲେ ।
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS
CAKE MIXING CEREMONY HELD AT SHM AHEAD OF CHRISTMAS
CAKE MIXING CEREMONY HELD AT SHM AHEAD OF CHRISTMAS


