IMD DIRECTOR GENERAL FELICITATED BY SOA
IMD DIRECTOR GENERAL FELICITATED BY SOA
ସୋଆ ପକ୍ଷରୁ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ଜୁନ୍ ୧୮: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ନିକଟରେ ଡକ୍ଟର ମହାପାତ୍ରଙ୍କୁ ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନଜନକ ଜାତିସଂଘ ସାସାକାୱା ସମ୍ମାନରେ ସମ୍ମାନିତ କରାଯିବା ପରିପ୍ରେକ୍ଷୀରେ ସୋଆ ପକ୍ଷରୁ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଡକ୍ଟର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ, ପ୍ରାଧ୍ୟାପକ ଓ ଗବେଷକମାନେ ଉପସ୍ଥିତ ଥିଲେ । ସୋଆର ପ୍ରଫେସର ଏମିରଟସ ପ୍ରଫେସର ଉମା ଚରଣ ମହାନ୍ତି, ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଶ୍ରୀମତି ମନୋରମା ମହାନ୍ତି, ସୋଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଇନ୍ଷ୍ଟିୁଚ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସେଂଟର ଫର କ୍ୱାଂଟମ ସାଇନ୍ସ ଆଣ୍ଡ ଟେକ୍ନୋଲଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀ, ପାଣିପାଗ ଓ ଜଳବାୟୁ କେନ୍ଦ୍ରର ନି୍େର୍ଦ୍ଦଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ଏବଂ ଆଡିସ୍ନାଲ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଏହି ଅବସରରେ ଉପସ୍ଥିତ ଥିଲେ ।
ସେହିପରି ଗତ ଶନିବାର ଦିନ ଡକ୍ଟର ମହାପାତ୍ରଙ୍କୁୁ ଭାରତୀୟ ପାଣିପାଗ ସମାଜ ଏବଂ ସାଇନ୍ସ ଫର କମନ୍ ପିପୁଲ ସୋସାଇଟି (ସ୍କୋପ୍ସ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସମ୍ମାନିତ ହେବା ଅବସରରେ ଡକ୍ଟର ମହାପାତ୍ର କହିଥିଲେ ଯେ ବର୍ତମାନ ସମୟରେ ସ୍କୋପ୍ସ ଭଳି ଅନୁଷ୍ଠାନଗୁଡ଼ିକର ଅନେକ ଆବଶ୍ୟକତା ରହିଛି ।
SOA HOSTS ONE-DAY THE ODISHA REGIONAL CONCLAVE
SOA HOSTS ONE-DAY THE ODISHA REGIONAL CONCLAVE
SOA RANKED 14TH IN COUNTRY IN 2024 NIRF RANKINGS, PLACED 24TH OVERALL
SOA RANKED 14TH IN COUNTRY IN 2024 NIRF RANKINGS, PLACED



