NATIONAL CONFERENCE OF OCCUPATIONAL THERAPISTS
NATIONAL CONFERENCE OF OCCUPATIONAL THERAPISTS
ଜାନୁଆରୀ ୯ ରୁ ସୋଆରେ ଜାତୀୟ ଅକୁପେସନାଲ ଥେରାପିଷ୍ଟ ସମ୍ମିଳନୀ ଭୁବନେଶ୍ୱର, ଜାନୁଆରୀ ୭: ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦୦ ଅକୁପେସନାଲ୍ ଥେରାପିଷ୍ଟ ଜାନୁଆରୀ ୯ ରୁ ୧୧ ପର୍ଯ୍ୟନ୍ତ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲ୍ ଇଣ୍ଡିଆ ଅକୁପେସ୍ନାଲ ଥେରାପିଷ୍ଟସ ଆସୋସିଏସନ୍ର ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଅନେକ ବିଶେଷଜ୍ଞ ଓ ବକ୍ତା, ଏକାଡେମିକ ବ୍ୟକ୍ତି, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇ ଏହି ବିଶେଷ ବିଷୟରେ ଜ୍ଞାନ ଆହରଣ କରିବାକୁ ସୁଯୋଗ ପାଇବେ । ଓଟିକନ୍-୨୦୨୬ ଭାବେ ନାମିତ ଏହି ସମ୍ମିଳନୀକୁ ଅଲ୍ ଇଣ୍ଡିଆ ଅକୁପେସ୍ନାଲ ଥେରାପିଷ୍ଟସ ଆସୋସିଏସନ୍ର ଓଡ଼ିଶା ଶାଖା ଓ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ଏସ୍ଭିଏନ୍ଆଇଆରଟିଆର) ଦ୍ୱାରା ଆୟୋଜନ କରାଯାଇଛି । ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି ‘ଟ୍ରାଡିସନ୍ ଟୁ ଟେକ୍ନୋଲଜି: ଏମ୍ବ୍ରେସିଂ କଲ୍ଚରାଲ ଡାଇଭର୍ସିଟି ଇନ୍ ଅକୁପେସ୍ନାଲ ଥେରାପି’ । ଜାନୁଆରୀ ୯ ସକାଳ ୧୦ଟାରେ ସମ୍ମିଳନୀର ଉଦ୍ଘାଟନ କରାଯିବ । ଏଥିରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ଇଲେକ୍ଟ୍ରୋନିକ୍ସ ଏବଂ ଇନ୍ଫରମେସନ୍ ଟେକ୍ନୋଲଜି ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏଥିରେ ଲୋକସଭା ସଦସ୍ୟ ଶ୍ରୀ ବିଭୁ ପ୍ରସାଦ ତରାଇ ଓ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ । ଏହି ଉପଲକ୍ଷେ ଆୟୋଜିତ ହେଉଥିବା ପ୍ରି-କନ୍ଫରେନ୍ସ କଂଟିନ୍ୟୁୟିଂ ଅକୁପେସ୍ନାଲ ଥେରାପି ଏଜୁକେସନ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ମିଶ୍ରଙ୍କ ଦ୍ୱାରା ଉଦ୍ଘାଟିତ ହେବ ।
PROF. (DR.) SURESWAR MOHANTY TO GET NSI LIFETIME ACHIEVEMENT AWARD
PROF. (DR.) SURESWAR MOHANTY TO GET NSI LIFETIME ACHIEVEMENT AWARD
IMS AND SUM HOSPITAL WINS TOP PRIZE FOR INNOVATIVE STUDY ON DIABETES
IMS AND SUM HOSPITAL WINS TOP PRIZE FOR INNOVATIVE STUDY



