SURYASNATA TRIPATHY TO RECEIVE SOA YUVA SAHITYA PURASKAR
SURYASNATA TRIPATHY TO RECEIVE SOA YUVA SAHITYA PURASKAR
ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ମିଳିବ ୨୦୨୫ରେ ସୋଆ ଯୁବ ସାହିତ୍ୟ ପୁରସ୍କାର ଭୁବନେଶ୍ୱର, ନଭେମ୍ବର ୧୦ : ଓଡ଼ିଆ ଯୁବ କବି ଓ ଲେଖକ ସୂର୍ଯ୍ୟସ୍ନାତ ତ୍ରିପାଠୀ ପାଇବେ ସୋଆ ଯୁବ ସାହିତ୍ୟ ପୁରସ୍କାର ୨୦୨୫ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାକୁ ଥିବା ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍ଯାପନୀ ଉତ୍ସବ ନଭେମ୍ବର ୩୦ ତାରିଖରେ ଶ୍ରୀ ତ୍ରିପାଠୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ବର୍ଷା ପ୍ରକାଶନୀ ଦ୍ୱାରା ୨୦୨୪ରେ ପ୍ରକାଶିତ ଶ୍ରୀ ତ୍ରିପାଠୀଙ୍କର କ୍ଷୁଦ୍ର ଗଳ୍ପ ସଂକଳନ ‘ଠିଆପୁଚି ନାରଙ୍ଗ’ ନିମନ୍ତେ ବିଚାରକ ମଣ୍ଡଳୀ ସର୍ବସମ୍ମତି କ୍ରମେ ତାଙ୍କ ନାମକୁ ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି । ଏହି ସଂକଳନରେ ୧୨ଟି ଗଳ୍ପ ରହିଛି ଯେଉଁଥିରେ ଲେଖକ ମଣିଷର ମନସ୍ତତ୍ୱ ଏବଂ ସମସାମୟିକ ଅନୁଭୂତିର ନିଚ୍ଛକ ପରିପ୍ରକାଶ କରିଛନ୍ତି । ତାଙ୍କର କବିତା ପରି ସ୍ୱପ୍ନ ଏବଂ ପ୍ରେମ ତାଙ୍କ ଗଳ୍ପର ମୁଖ୍ୟ ସ୍ୱର । ସେ ବର୍ତମାନ ଆଇଆଇଟି ରୁପାର ର ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ୧୯୯୧ ମସିହାରେ ଜନ୍ମିତ ସୁର୍ଯ୍ୟସ୍ନାତ ତ୍ରିପାଠୀଙ୍କର ୭ଟି କବିତା ସଂକଳନ, ଗୋଟିଏ କ୍ଷୁଦ୍ର ଗଳ୍ପ ସଂକଳନ ପ୍ରକାଶ ପାଇଛି । ସେ ଧରମବୀର ଭାରତୀଙ୍କ ଲିଖିତ ‘କନୁପ୍ରିୟା’ର ଓଡ଼ିଆ ଅନୁବାଦ କରିଛନ୍ତି । ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାରରେ ସମ୍ମାନିତ ହୋଇଥିବା ଶ୍ରୀ ତ୍ରିପାଠୀ ହାଇଦ୍ରାବାଦ ସ୍ଥିତ ନାଟକ ସଂସ୍ଥା ‘କାସ’, ‘କିସ୍ସା ଗୋ’ ଏବଂ ‘ପ୍ଲେ ଅଫ୍ ଶିବା’ ଭଳି ଅନୁଷ୍ଠାନ ଗୁଡ଼ିକ ନିମନ୍ତେ ନାଟକର ସଂଳାପ ଲେଖିଥିବା ବେଳେ ‘ବୋତଲ ଅର୍ଜ ହେ, ଲାଷ୍ଟ ୱିସ, ଜେନେରେସନ୍ସ ଅଫ୍ ନ୍ୟୁଟନ୍ ଭଳି ନାଟକର ସଂଳାପ ଲେଖିଛନ୍ତି । ନିକଟରେ ସେ ଓଡ଼ିଆ ସିନେମା ଇନ୍ଦ୍ରଧନୁ ସମେତ ୨ଟି କ୍ଷୁଦ୍ର ଚଳଚ୍ଚିତ୍ର ‘ମାଟି ମୁହାଣ’ (ଓଡ଼ିଆ) ଏବଂ ‘ଖିଡ଼କିୟାନ୍’ (ହିନ୍ଦୀ) ନିମନ୍ତେ ସଂଳାପ ରଚନା କରିଛନ୍ତି । କବିତା, ଗଳ୍ପ, ଉପନ୍ୟାସ ଆଦି ସାହିତ୍ୟର ସୃଜନାତ୍ମକ କ୍ଷେତ୍ରରେ ଲେଖୁଥିବା ଯୁବପିଢ଼ିଙ୍କୁ ପ୍ରୋତ୍ସାହନ ଦେବା ସହ ଉତ୍ସାହିତ କରିବା ନିମନ୍ତେ ଚଳିତ ବର୍ଷ ଠାରୁ ସୋଆ ଯୁବ ସାହିତ୍ୟ ପୁରସ୍କାର ପ୍ରଦାନ କରିବା ନିମନ୍ତେ ସ୍ଥିର କରାଯାଇଛି । ଏହି ଅବସରରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ରୌପ୍ୟ ଫଳକ ଓ ଉତରୀୟ ପ୍ରଦାନ କରାଯିବ । ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଏବଂ ଚିନ୍ତକ ଜାଭେଦ ଅଖତରଙ୍କୁ ଭାରତୀୟ ସିନେମା ଏବଂ ସାହିତ୍ୟ କ୍ଷେତ୍ରରେ ତାଙ୍କର ଜୀବନବ୍ୟାପୀ ସାଧନା ଏବଂ ଅବଦାନ ନିମନ୍ତେ ନଭେମ୍ବର ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ମାନିତ କରାଯିବ । ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷର ପ୍ରସଙ୍ଗ ହେଉଛି ‘କଲ୍ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ’ ଅର୍ଥାତ ସଂସ୍କୃତି, ସର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା । ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଲେଖକ, କବି, ଚିତ୍ରକାର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦୁଇ ଦିନିଆ ଏହି ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ବୋଲି ପ୍ରାଚୀନର ମୁଖ୍ୟ ତଥା ଉତ୍ସବର ନିର୍ଦ୍ଦେଶିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା ସୂଚନା ଦେଇଛନ୍ତି ।
SOA RANKED 14TH IN COUNTRY IN 2024 NIRF RANKINGS, PLACED 24TH OVERALL
SOA RANKED 14TH IN COUNTRY IN 2024 NIRF RANKINGS, PLACED
SOA WOMEN WORKFORCE HONOURED WITH FEMINA WOMEN ACHIEVERS’ AWARD
SOA WOMEN WORKFORCE HONOURED WITH FEMINA WOMEN ACHIEVERS’ AWARD




