PROF. (DR.) SURESWAR MOHANTY TO GET NSI LIFETIME ACHIEVEMENT AWARD
PROF. (DR.) SURESWAR MOHANTY TO GET NSI LIFETIME ACHIEVEMENT AWARD
ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତି ପାଇବେ ଏନ୍ଏସ୍ଆଇ ଲାଇଫ୍ ଟାଇମ୍ ଆଚିଭମେଂଟ ସମ୍ମାନ
ଭୁବନେଶ୍ୱର, ଜୁନ୍ ୨୩: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପ୍ରଥମ ଡିନ୍ ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତିଙ୍କୁ ନ୍ୟୁରୋଲଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୫ ନିମନ୍ତେ ଲାଇଫ ଟାଇମ୍ ଆଚିଭମେଂଟ ସମ୍ମାନରେ ସମ୍ମାନିତ କରିବା ନିମନ୍ତେ ମନୋନୀତ କରାଯାଇଛି ।
ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷାବିତ ପ୍ରଫେସର (ଡାକ୍ତର) ମହାନ୍ତି ଦେଶ ଏବଂ ବିଦେଶର ସମ୍ମାନଜନକ ଡାକ୍ତରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।
କଟକ ସ୍ଥିତ ଏସ୍ସିବି ମେଡିକାଲ୍ କଲେଜରୁ ଏମ୍ବିବିଏସ୍ ଉପାଧି ଲାଭ କରିବା ପରେ ପ୍ରଫେସର (ଡାକ୍ତର) ମହାନ୍ତି ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ଏମ୍ସ), ନୂଆଦିଲ୍ଲୀରୁ ନ୍ୟୁରୋସର୍ଜରୀରେ ଏମ୍ସିଏଚ୍ ଶିକ୍ଷା ଗ୍ରହଣ କରିଥିଲେ ।
ପ୍ରଫେସର ମହାନ୍ତି ବନାରସ ହିନ୍ଦୁ ୟୁନିଭର୍ସିଟି (ବିଏଚ୍ୟୁ) ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ସମ୍ପୃକ୍ତ ଅନୁଷ୍ଠାନର ନିର୍ଦ୍ଦେଶକର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।
ବିଏଚ୍ୟୁରୁ ଅବସର ଗ୍ରହଣ କରିବା ପରେ ସେ ଓଡ଼ିଶା ପ୍ରତ୍ୟାବର୍ତନ କରି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପ୍ରତିଷ୍ଠା ନିମନ୍ତେ ସହଯୋଗ କରିଥିଲେ ଏବଂ ତାଙ୍କୁ ଏହାର ପ୍ରତିଷ୍ଠାତା ଡିନ୍ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା ।
ଅତ୍ୟାଧୁନିକ ସ୍ନାୟୁଶଲ୍ୟ ସମ୍ବନ୍ଧୀୟ ଜ୍ଞାନ ଓ କାର୍ଯ୍ୟଧାରା କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ରହିଥିବା ବେଳେ ତାଙ୍କ ଦ୍ୱାରା ପ୍ରାୟ ୧୫୦ଟି ବୈଜ୍ଞାନିକ ସନ୍ଦର୍ଭ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତିକ ଜର୍ନାଲ୍ରେ ପ୍ରକାଶିତ ହୋଇଛି । ତାଙ୍କୁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍), ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ଏମସିଆଇ), ନ୍ୟୁରୋଲଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆ (ଏନ୍ଏସ୍ଆଇ) ଏବଂ ନ୍ୟାସ୍ନାଲ୍ ଏକାଡେମୀ ଅଫ୍ ମେଡିକାଲ୍ ସାଇନ୍ସେସ୍ (ନାମ୍ସ ) ପକ୍ଷରୁ ମଧ୍ୟ ବିଭିନ୍ନ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।
ସେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ଯେପରିକି ଇନ୍ଷ୍ଟିୁଚ୍ୟଟ୍ ଅଫ୍ ନ୍ୟୁରୋସର୍ଜରୀ , ଲଣ୍ଡନ୍, ଦ ବୁଡେଙ୍କୋ ଇନ୍ଷ୍ଟିଚ୍ୟୁଟ୍, ମସ୍କୋ, ଦ କ୍ଲେଭଲାଣ୍ଡ କ୍ଲିନିକ୍, ୟୁଏସ୍ଏ ଏବଂ ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଛନ୍ତି ।
ତାଙ୍କୁ ସ୍ନାୟୁଶଲ୍ୟ ଏବଂ ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଗବେଷଣା ନିମନ୍ତେ ଭାରତର ସବୁଠାରୁ ସମ୍ମାନଜନକ ଡାକ୍ତରୀ ସମ୍ମାନ ଡାକ୍ତର ବି.ସି. ରାୟ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି ।
ସେ ଉତରପ୍ରଦେଶ ନ୍ୟୁରୋ ସାଇନ୍ସେସ୍ ସୋସାଇଟି ଏବଂ ନ୍ୟୁରୋଟ୍ରମା ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।
WORLD SCHIZOPHRENIA DAY OBSERVED AT IMS & SUM HOSPITAL
WORLD SCHIZOPHRENIA DAY OBSERVED AT IMS & SUM HOSPITAL
SOA FIGURES AGAIN IN QS WORLD UNIVERSITY RANKINGS
SOA FIGURES AGAIN IN QS WORLD UNIVERSITY RANKINGS


