SOA HOSTS ONE-DAY THE ODISHA REGIONAL CONCLAVE
SOA HOSTS ONE-DAY THE ODISHA REGIONAL CONCLAVE
ସୋଆ ପକ୍ଷରୁ ଦିନିକିଆ ଟିଏଚ୍ଇ ଓଡ଼ିଶା ରିଜିଓନାଲ୍ କନ୍କ୍ଲେଭ୍ ଆୟୋଜିତ
ଭୁବନେଶ୍ୱର, ମେ ୮: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପକ୍ଷରୁ ଆୟୋଜିତ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଠାରେ ଶୁକ୍ରବାର ଅନୁଷ୍ଠିତ ଏକ ଦିନିକିଆ ସମ୍ମିଳନୀରେ ଓଡ଼ିଶାର ୩୭ଟି ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନର କୁଳପତି, ପ୍ରଶାସକ ଏବଂ ଶିକ୍ଷାବିତ୍ମାନେ ଯୋଗ ଦେଇ ଉଚ୍ଚ ଶିକ୍ଷାର ବିକାଶ ଏବଂ ବିଶ୍ୱ ସ୍ତରରେ ଅନୁଷ୍ଠାନଗୁଡ଼ିକୁ ପ୍ରତିଷ୍ଠିତ କରିବାର ବିଭିନ୍ନ ଦିଗ ନେଇ ଆଲୋଚନା ଓ ବିଚାରବିମର୍ଷ କରିଛନ୍ତି ।
ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍ଇ) ଓଡ଼ିଶା ରିଜିଓନାଲ୍ କନ୍କ୍ଲେଭରେ ବକ୍ତାମାନେ ବିଶ୍ୱ ସ୍ତରରେ ଓଡ଼ିଶାର ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ କିଭଳି ଅଧିକ ବିକଶିତ କରାଯାଇ ପାରିବ ସେ ନେଇ ବକ୍ତବ୍ୟ ରଖିଥିଲେ ।
ଏହି ସମ୍ମିଳନୀରେ ବିପିୟୂୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗ ଦେଇ ନିଜ ବକ୍ତବ୍ୟରେ ଶିକ୍ଷାର ଗୁଣବତା ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଶ୍ୱର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ସେ କହିଥିଲେ ।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଓଡ଼ିଶା ୟୁନିଭର୍ସଟି ଅଫ ଟେକ୍ନୋଲଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର)ର କୁଳପତି ପ୍ରଫେସର ବିଭୁତି ଭୂଷଣ ବିଶ୍ୱାଳ ଉପସ୍ଥିତ ଥାଇ ନିଜର ବକ୍ତବ୍ୟ ରଖିଥିଲେ ।
ପ୍ରଫେସର ନନ୍ଦ କହିଥିଲେ ଯେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଆବିର୍ଭାବ ବିଶ୍ୱବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତନ ଆଣିଛି । ଏଥି ନିମନ୍ତେ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଏକକ ଅନୁଷ୍ଠାନ ନୁହନ୍ତି ମାତ୍ର ସମାଜ ସହ ଯୋଡ଼ି ହୋଇ ରହିବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ପ୍ରଫେସର ବିଶ୍ୱାଳ କହିଥିଲେ ଯେ ଟିଏଚ୍ଇ ଏବଂ କ୍ୟୁଏସ୍ ଭଳି ର୍ୟାଙ୍କିଙ୍ଗ ପ୍ରକ୍ରିୟା ଭାରତର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବିଶ୍ୱ ସ୍ତରରେ ଚିହ୍ନିତ ହେବା ପାଇଁ ସହାୟକ ହେଉଛି ।
ଟିଏଚ୍ଇର ଜେନେରାଲ ମ୍ୟାନେଜର ଏବଂ ସିନିୟର ରିଜିଓନାଲ୍ ଡାଇରେକ୍ଟର (ଏସିଆ) ଶ୍ରୀ ରିତିନ୍ ମାଲହୋତ୍ରା ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଏବଂ ଗବେଷଣା ମାପଦଣ୍ଡର ବିଶ୍ୱସ୍ତରୀୟ ପରିସ୍ଥିତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ମିଳନୀରେ ଦୁଇଟି ପର୍ଯ୍ୟାୟରେ ଆଲୋଚନା ଏବଂ ଗୋଟିଏ ସାମୁହିକ ଆଲୋଚନା ରଖାଯାଇଥିବା ବେଳେ ଗୁଣବତା ଭିତିକ ଶିକ୍ଷା, ବୈଷୟିକ ଏବଂ ଗବେଷଣା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହିତ କିଭଳି ଆନ୍ତର୍ଜାତିକ ସହଭାଗିତା ଏବଂ ଭାଗିଦାରୀ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା ।
ଏହି ସମ୍ମିଳନୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଝାଡ଼ଖଣ୍ଡର ପୂର୍ବତନ କୁଳପତି ପ୍ରଫେସର କେ.ବି ଦାସ ଏବଂ ଇନ୍ଦିରା ଗାନ୍ଧି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି (ଆଇଜିଆଇଟି), ସାରଙ୍ଗର ନିର୍ଦ୍ଦେଶକ ପ୍ରଫେସର ବିଭୁ ପ୍ରସାଦ ପାଣିଗ୍ରାହୀ ଯୋଗ ଦେଇଥିଲେ ।
WORLD SCHIZOPHRENIA DAY OBSERVED AT IMS & SUM HOSPITAL
WORLD SCHIZOPHRENIA DAY OBSERVED AT IMS & SUM HOSPITAL
2-DAY TPCODL TRAINING PROGRAM ON SOLAR ENERGY HELD AT SOA
2-DAY TPCODL TRAINING PROGRAM ON SOLAR ENERGY HELD AT SOA
IMS AND SUM HOSPITAL WINS TOP PRIZE FOR INNOVATIVE STUDY ON DIABETES
IMS AND SUM HOSPITAL WINS TOP PRIZE FOR INNOVATIVE STUDY



