SOA ORGANISES 3 RD INTERNATIONAL CONFERENCE ON POWER,
SOA ORGANISES 3 RD INTERNATIONAL CONFERENCE ON POWER,
ସୋଆରେ ଶକ୍ତି, ସଙ୍କେତ ଓ ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ‘ଆପ୍ସିଟ୍ - ୨୦୨୫’ ଆୟୋଜିତ
ଭୁବନେଶ୍ୱର, ଜୁନ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଞ୍ଜିନିୟରିଂ (ଇଇଇ) ବିଭାଗ ଏବଂ ଆଇଇଇଇ, ଭୁବନେଶ୍ୱର ଓ କୋଲକାତା ଶାଖାର ମିଳିତ ସହଯୋଗରେ ମେ ୨୩ ରୁ ୨୫ ତିନି ଦିନ ଧରି ଶକ୍ତି, ସଙ୍କେତ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାରେ ଉନ୍ନତି ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା ।
ଏହି ପରିପ୍ରେକ୍ଷୀରେ ଜୟପୁର ସ୍ଥିତ ମାଲବୀୟ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି (ଏମ୍ଏନ୍ଆଇଟି) ର ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ଏନ୍. ପି. ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତମାନ ସମୟରେ ବିଦ୍ୟୁତର ଘୋର ଅଭାବ ସମ୍ପର୍କରେ ଆଲୋଚନା କରିଥିଲେ । ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି ବୋଲି ସେ କହିଥିଲେ । ତେବେ ଉନ୍ନତ ମାନର ବୈଷୟିକ କୌଶଳ ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଶକ୍ତି ସଂରକ୍ଷଣ ଦ୍ୱାରା କିପରି ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟ ଓ ଦେଶ ଆଗେଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ ।
ଏହି ଭଳି ଅଭିନବ ପ୍ରୟାସ ତଥା ସମ୍ମିଳନୀ କେବଳ ଛାତ୍ରଛାତ୍ରୀ ନୁହେଁ ବରଂ ଗବେଷକ ଏବଂ ଫ୍ୟାକଲ୍ଟିମାନଙ୍କ ପାଇଁ ମଧ୍ୟ ବହୁ ମାତ୍ରାରେ ଲାଭଦାୟକ ହେବ ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ବର୍ତମାନ ଶକ୍ତି କ୍ଷେତ୍ରରେ ବିଭିନ୍ନ ପରିବର୍ତନ ଦେଖାଦେଉଛି । ପ୍ରାୟତଃ ସମସ୍ତେ ନିଜ ନିଜ ଘରମାନଙ୍କରେ ସୋଲାର ବ୍ୟାଟେରୀ ଠାରୁ ଆରମ୍ଭ କରି ସୋଲାର ସମ୍ପର୍କିତ ଯନ୍ତ୍ରପାତିକୁ ବ୍ୟବହାର ଉପଯୋଗୀ କରୁଛନ୍ତି । ଏଥିରେ ଉନ୍ନତ ମାନର ଜ୍ଞାନ କୌଶଳ ମାଧ୍ୟମରେ କିପରି ଶକ୍ତି, ଉନ୍ନତମାନର ଶକ୍ତି, ସଙ୍କେତ ଓ ସୂଚନା ପ୍ରଯୁକ୍ତିବିଦ୍ୟାକୁ ଆଧାରିତ କରି ଏହାର ବିଭିନ୍ନ ଦିଗ ଉପରେ ସେ ଆଲୋଚନା କରିଥିଲେ ।
ସୋଆ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହିତ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଧ୍ୟ ଆଗେଇବାକୁ ଲାଗିଛି । ଏଥିରେ ଛାତ୍ରଛାତ୍ରୀ ମାନଙ୍କ ସମତେ ଗବେଷକ ଓ ଫ୍ୟାକଲ୍ଟିମାନେ ବହୁ ମାତ୍ରାରେ ଉପକୃତ ହେବେ ସେ କହିଥିଲେ ।
ସେହିପରି ଭୁବନେଶ୍ୱର ଆଇଇଇଇ ସେକ୍ସନର ପ୍ରଫେସର (ଡ) ଶୁଭ୍ରାଂଶୁ ସାମନ୍ତରାୟ , ଭାରତ ସରକାରଙ୍କର ପରମାଣୁ ଶକ୍ତି ବିଭାଗ ର ଶ୍ରୀ ଏମ.କେ ବଡପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।
ଆଇଟିଇଆରର ଡିନ୍ ପ୍ରଫେସର (ଡକ୍ଟର) ପ୍ରବୀଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମିଳନୀ ବିଷୟରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ମନୋହର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅର୍ଗାନାଇଜିଂ ସେକ୍ରେଟାରୀ ଡକ୍ଟର ଅମରେଶ ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ ।
ଚଳିତ ବର୍ଷ ଏହି ସମ୍ମିଳନୀରେ ପ୍ରାୟ ୬୨୦ ରୁ ଅଧିକ ସନ୍ଦର୍ଭ ଦାଖଲ କରାଯାଇଥିଲା ଯେଉଁଥିରୁ କେବଳ ୧୪୦ (୨୨ ପ୍ରତିଶତ)ଟି ଉନ୍ନତ ମାନର ସନ୍ଦର୍ଭକୁ ସମୀକ୍ଷା କରି ଗ୍ରହଣ କରାଯାଇଥିଲା ।
SOA SIGNS MoU WITH ARMOURED VEHICLES NIGAM LIMITED
SOA SIGNS MoU WITH ARMOURED VEHICLES NIGAM LIMITED
WORLD EMERGENCY MEDICINE DAY OBSERVED AT SUM HOSPITAL
ସମ୍ ହସ୍ପିଟାଲ୍ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ



