WORLD EMERGENCY MEDICINE DAY OBSERVED AT SUM HOSPITAL
ସମ୍ ହସ୍ପିଟାଲ୍ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ
ସମ୍ ହସ୍ପିଟାଲ୍ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ
ଭୁବନେଶ୍ୱର, ୨୯/୦୫: ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ମଙ୍ଗଳବାର ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆନ୍ତର୍ଜାତିକ କର୍ମଶାଳା ମଧ୍ୟ ଆୟୋଜନ କରାଯାଇଥିଲା ।
ଅନ୍ଲାଇନ୍ରେ ଦିନ ତମାମ ଚାଲିଥିବା ଏହି କର୍ମଶାଳାରେ ୧୨ ରୁ ଅଧିକ ବିଶେଷଜ୍ଞଙ୍କ ସମେତ ବିଦେଶରେ ଦୁଇ ଜଣ ବିଶେଷଜ୍ଞ ମଧ୍ୟ ସାମିଲ ହୋଇଥିଲେ ।
ଏହି କର୍ମଶାଳାରେ ‘ଜର୍ନି ଅଫ୍ ଏମର୍ଜେନ୍ସି ମେଡିସିନ୍ ଇନ୍ ଇଣ୍ଡିଆ’, ‘ପେଡ଼ିଆଟ୍ରିକ୍ ଏମର୍ଜେନ୍ସି’, ‘ସର୍ଜିକାଲ୍ ଏମର୍ଜେନ୍ସି’, ‘ଅବ୍ଷ୍ଟେଟ୍ରିକ୍ ଏମର୍ଜେନ୍ସି’, ‘ମ୍ୟାନେଜମେଂଟ ଅଫ୍ ନ୍ୟୁରୋ-ଟ୍ରମା’, ‘ଆକ୍ୟୁଟ୍ କରୋନାରୀ ସିଣ୍ଡ୍ରୋମ୍’, ‘ପେନ୍ ମ୍ୟାନେଜମେଂଟ ଇନ୍ ଏମର୍ଜେନ୍ସି ସେଟ୍-ଅପ୍’ ଓ ‘ନର୍ସିଂ ପ୍ରାକ୍ଟିସେସ୍ ଇନ୍ ଏମର୍ଜେନ୍ସି’ ତଥା ଅନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।
ଏହି କର୍ମଶାଳାରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଜରୁରୀକାଳୀନ ଚିକିତ୍ସା ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶୁକଦେବ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
କର୍ମଶାଳାରେ ୟୁନାଇଟେଡ୍ କିଙ୍ଗଡମ୍ର ୟୁରୋପିଆନ୍ ୟୁନିୟନ୍ ଫର୍ ସୋସାଇଟି ଅଫ୍ ଏମର୍ଜେନ୍ସି ମେଡିସିନ୍ର ସଭାପତି ଡକ୍ଟର ଜିମ୍ କଲୋନି, ସ୍ପେନ୍ର ୟୁରୋପିଆନ୍ ୟୁନିୟନ୍ ଫର୍ ସୋସାଇଟି ଅଫ୍ ଏମର୍ଜେନ୍ସି ମେଡିସିନ୍ର ପ୍ରେସିଡେଂଟ ଇଲେକ୍ଟ ଡକ୍ଟର ଲୁଇସ୍ ଗାର୍ସିଆ-କାଷ୍ଟ୍ରିଲୋ ରିଏସ୍ଗୋ, ଏମ୍ସ ନୂଆଦିଲ୍ଲୀର ଜେପିଏନ୍ ଆପେକ୍ସ ଟ୍ରମା ସେଂଟରର ପ୍ରଫେସର ଡାକ୍ତର ସଞ୍ଜୀବ କୁମାର ଭୋଇ, କୋଲକାତା ସ୍ଥିତ ଏସ୍ଏସ୍କେଏମ୍ ହସ୍ପିଟାଲ୍ର ପିଜିଏମଇଆର୍ର ଏମର୍ଜେନ୍ସି୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମୈତ୍ରେୟୀ ମୁଖାର୍ଜୀ, ବେଙ୍ଗାଲୁରୁ ସ୍ଥିତ ନାରାୟଣ ହୃଦୟାଳୟର ହୃଦ୍ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୁରଲୀଧର କାଂଚି, ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ୍ର ସ୍ତ୍ରୀ ରୋଗ ବିଭାଗର ପ୍ରଫେସର (ଡାକ୍ତର) ଅମିତା ମାହେଶ୍ୱରୀ ଏବଂ ତେଲେଙ୍ଗାନାର ବିବି ନଗର ଏମ୍ସର କଲେଜ୍ ଅଫ୍ ନର୍ସିର୍ଂର ଡାକ୍ତର ଏ. ଶର୍ମା ଶୁବଥ୍ରା ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ ।
କର୍ମଶାଳାରେ ୧୭୦ ଜଣ ପ୍ରତିନିଧି ସାମିଲ ହୋଇଥିବା ବେଳେ ଅନ୍ୟ ୨୮୦ ଜଣ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ୍ କରିଥିଲେ । ଏହି ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ମଙ୍ଗଳବାର ସକାଳେ ଏକ ୱାକାଥନର ମଧ୍ୟ ଆୟୋଜନ କରାଯାଇଥିଲା ।
WORLD SCHIZOPHRENIA DAY OBSERVED AT IMS & SUM HOSPITAL
WORLD SCHIZOPHRENIA DAY OBSERVED AT IMS & SUM HOSPITAL
SOA ORGANISES 3 RD INTERNATIONAL CONFERENCE ON POWER,
SOA ORGANISES 3 RD INTERNATIONAL CONFERENCE ON POWER,
PATH BREAKING CAR T-CELL THERAPY NOW AVAILABLE AT SUM HOSPITAL
PATH BREAKING CAR T-CELL THERAPY NOW AVAILABLE AT SUM HOSPITAL



